ଜାପାନରେ ବଡ଼ ଧରଣର ଭୂମିକମ୍ପ, ସୁନାମି ଆରଲ

ନୂଆଦିଲ୍ଲୀ, ୧୨/୧୨: ଜାପାନରେ ଆଜି ସକାଳେ ପୁଣି ଥରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ୬.୭ ତୀବ୍ରତାର ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଉପକୂଳ ଅଞ୍ଚଳରୁ ଦୂର ସହର ପର୍ଯ୍ୟନ୍ତ ଭୂମିକୁ ଥରାଇ ଦେଇଥିଲା । ଭାରତୀୟ ସମୟ ସକାଳ ୮.୧୪ ରେ ଏହି ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ୧୦.୭ କିଲୋମିଟର ଥିଲା, ଯାହା ଏହାକୁ ବିପଦପୂର୍ଣ୍ଣ କରିଦେଇଥିଲା । ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା ଏବଂ ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ଅନେକ ସ୍ଥାନରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଦୋକାନ ଏବଂ କାର୍ଯ୍ୟାଳୟରେ ଆଲାର୍ମ ବାଜିଥିଲା ।ଜାପାନୀ ଗଣମାଧ୍ୟମ ଅନୁସାରେ, ଭୂମିକମ୍ପ ପରେ ଜାପାନ ପାଣିପାଗ ସଂସ୍ଥା ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହରୀ ପାଇଁ ସତର୍କତା ଜାରି କରିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ନିରନ୍ତର ସତର୍କତା ଜାରି ରହିଥିଲା ।  ହୋକାଇଡୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଉପକୂଳ, ଆଓମୋରି ପ୍ରଦେଶ, ଇୱାଟେ ପ୍ରଦେଶ ଏବଂ ମିଆଗି ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି ।