ଭୁବନେଶ୍ୱର,୧୧/୧୨: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ୧୦ ଦିନରେ ୯.୬ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଆଜି ଭୋର ୫ଟା ୩୦ରେ ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଡିସେମ୍ୱର ୧ରେ ୨୨.୬ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ସେହିପରି ଡିସେମ୍ୱର ୨ ତାରିଖରେ ୨୧ ଡିଗ୍ରୀ, ୩ ତାରିଖରେ ୧୭.୨ ଡିଗ୍ରୀ, ୪ ତାରିଖରେ ୧୭ ଡିଗ୍ରୀ, ୫ ତାରିଖରେ ୧୫ ଡିଗ୍ରୀ, ୬ ତାରିଖରେ ୧୪.୪ ଡିଗ୍ରୀ ରେକର୍ଡ ହୋଇଛି । ଡିସେମ୍ୱର ୭ ତାରିଖରେ ୧୩.୪ ଡିଗ୍ରୀ , ଡିସେମ୍ୱର ୮ରେ ୧୩.୬ ଡିଗ୍ରୀ, ଡିସେମ୍ୱର ୯ ତାରିଖରେ ୧୫ ଡିଗ୍ରୀ ଓ ୧୧ ତାରିଖ ଅର୍ଥାତ୍ ଆଜି ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପୁଣି ଖସିଲା ପାରଦ। ଶୀତର ପ୍ରକୋପରେ ଲୋକେ କଲବଲ । ଗ୍ରାମାଞ୍ଚଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଏକ ମାତ୍ର ଭରସା ପାଲଟିଛି ସଧାରଣ ଲୋକଙ୍କର । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୦ ଡିଗ୍ରୀକୁ ଖସିଛି । ତା ପଛକୁ ଫୁଲବାଣୀ ୬.୫ ଡିଗ୍ରୀ, ବାଲିଗୁଡ଼ା ୮.୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଇକିଆ, ଫିରିଙ୍ଗିଆ ଓ କ. ନୂଆଗାଁରେ ପାରଦ ତଳମୁଁହା ହେବା ସହ ଜାଡ଼ରେ ଜଡସଡ ସାରାଅଞ୍ଚଳ । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ।