ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ

ଭୁବନେଶ୍ୱର, ୨୬/୧୧: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଅଧିବେଶନ ଐତିହାସିକ ହେବାକୁ ଯାଉଛି । କାରଣ ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ପାଖାପାଖି ଘଣ୍ଟାଏ ଧରି ଗୃହକୁ ସମ୍ବୋଧନ କରିବେ ମହାମହିମ । ପ୍ରଥମ ଥର ବିଧାନସଭାରୁ ରାଷ୍ଟ୍ରପତି କ’ଣ ବାର୍ତ୍ତା ଦେବେ ତାକୁ ନେଇ ଉତ୍କଣ୍ଠା ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆସନ୍ତାକାଲି ଦିନ ୨ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନ ଯାଇ ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ । ସାଢେ ୪ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଘଣ୍ଟାଏ ଧରି ବିଧାନସଭାରେ ରହିବେ ମହାମହିମ । ଯେଉଁଠି ରାଜନୀତିର ନୂଆ ପରିଚୟ ମିଳିଥିଲା ସେହିଠାରୁ ରାଜବାସୀଙ୍କୁ ସମ୍ବୋଧିତ କରିବେ ।