ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ପିନ୍ଧିଲେ ଶୀତବସ୍ତ୍ର

ଭୁବନେଶ୍ୱର,୨୬/୧୧: ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ପିନ୍ଧିଲେ ଶୀତବସ୍ତ୍ର । ଆଜି ମାର୍ଗଶିର ଶୁକ୍ଳପକ୍ଷ ଓଢ଼ଣ ଷଷ୍ଠୀ । ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ଓଢ଼ଣ ଷଷ୍ଠୀ ନୀତି । ଆଜିଠୁ ମହାପ୍ରଭୁ ଗଡ଼ା ବା ସୂତାବସ୍ତ୍ର, ଖଣ୍ଡୁଆପାଟ, ମଖମଲି ଘୋଡ଼ବସ୍ତ୍ର ପରିଧାନ କରିଛନ୍ତି । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଘୋଡ଼ଲାଗି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପବଢ଼ିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯାଇଛି । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଛି ।