୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ, ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୬/୧୧: ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା । ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ । ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି । ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ସୁନ୍ଦରଗଡ଼ର ହେବ ଭାସମାନ ସୌର ପ୍ରକଳ୍ପ, ଅନୁଗୁଳରେ କୋଇଲା ୱାସେରୀ, ଖୋର୍ଦ୍ଧାରେ ଏଲ୍‌ଇଡି ଲାଇଟ କାରଖାନା, ପୁରୀ ପଞ୍ଚତାରକା ହୋଟେଲ ଓ ରିସୋଟ ସହ ଅନ୍ୟ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଦ୍ୟକ୍ଷତାରେ ଅନୁଷ୍ଠିତ ୧୪୨ ତମ ସିଙ୍ଗିଲ ୱିଣ୍ଡୋ କର୍ତୁପକ୍ଷଙ୍କ ବୈଠକରେ ଏହି ସବୁ ପ୍ରକଳ୍ପକକୁ ମଞ୍ଜୁରୀ ମିଳିଛି ।