ରାମ ମନ୍ଦିରରେ ଲାଗିଲା ଧର୍ମଧ୍ବଜା, ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଉଡିଲା ଗେରୁଆ ପତାକା

ନୂଆଦିଲ୍ଲୀ,୨୫/୧୧: ରାମ ମନ୍ଦିରରେ ଲାଗିଲା ଧର୍ମଧ୍ବଜା । ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିଛନ୍ତି। ଏହି ଅଲୌକିକ ମୁହୂର୍ତ୍ତର ଭାଗିଦାରୀ ହେବାକୁ ପହଞ୍ଚିଲେଣି ହଜାର ହଜାର ଶ୍ରଦ୍ଧାଳୁ । ସୂଚନା ଅନୁଯାୟୀ ମୋଦୀ ଅଯୋଧ୍ୟାରେ ପହଞ୍ଚି ସାରିଥିଵାବେଳେ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିଛନ୍ତି। ଏହା ପରେ, ସେ ରାମ ଦରବାର ଗର୍ଭଗୃହରେ ଦର୍ଶନ ଏବଂ ପୂଜା କରିଛନ୍ତି । ମଧ୍ୟାହ୍ନ ପ୍ରାୟ ୧୨ଟାରେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିଛନ୍ତି, ଯାହା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତିର ପ୍ରତୀକ ଏବଂ ସାଂସ୍କୃତିକ ଉତ୍ସବ ତଥା ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ସୁନା ଖଚିତ ହଳଦିଆ ବସ୍ତ୍ର ଉପରେ ଏକ ପଶ୍ମିନା ଶାଲ ପିନ୍ଧିବେ ପ୍ରଭୁ ଶ୍ରୀରାମ।