ବିଜେଡିର ଉପ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୫/୧୧: ବିଜେଡିରୁ ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା ପତ୍ରରେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଉଲ୍ଲେଖ କରିଛନ୍ତି ଦେବାଶିଷ । ନବୀନଙ୍କୁ ଲେଖଥିବା ଚିଠିରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ପୁନର୍ଗଠନ ବେଳେ ତାଙ୍କୁ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦ ଦିଆଯାଇଥିଲା । ହେଲେ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି । ଏଭଳି ପଦ ଦିଆଯାଇ ତାଙ୍କୁ ଅପମାନିତ କରାଯାଇଥିବା ମଧ୍ୟ ଏହି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଦେବାଶିଷ ସାମନ୍ତରାୟ । ଅନ୍ୟପଟେ  ବିଜେଡି ଗୋଟିଏ ନୂଆ ଚିନ୍ତାଧାରା ସହ ଆଗକୁ ବଢ଼ୁଛି । ଯାହାକୁ ନେଇ ସେ ନିରାଶ ଅଛନ୍ତି ବୋଲି କହିଛନ୍ତି । ତେବେ ନବୀନ ହିଁ ହଜାର ହଜାର କର୍ମୀଙ୍କ ପାଇଁ ଏକମାତ୍ର ଆଶା ବୋଲି କହିଛନ୍ତି ଦେବାଶିଷ ।