ଭୁବନେଶ୍ୱର,୨୩/୧୧: ବଣାଇ ଉପଖଣ୍ଡ ପୁଲିସ୍କୁ ବଡ଼ ସଫଳତା । ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ଚାନ୍ଦିପୋଷ କୁଚେଇତାରେ ୨ଜଣ ଓ ଲହୁଣୀପଡା ଲମ୍ସିରେ ଜଣକୁ ଏନକାଉଣ୍ଟର କରିଛି ପୁଲିସ୍ ।ବଣାଇଁ ଏସଡିପିଓଙ୍କ ନେତୃତ୍ଵରେ ଅପରାଧିଙ୍କୁ ଧରିବାକୁ ୨ଟି ଟିମ୍ ଗଠନ ହୋଇଥିଲା । ୭ ଥାନାର ଅଧିକାରୀ ଏନକାଉଣ୍ଟରରେ ସାମିଲ ହୋଇଥିଲେ । ବଣାଇଁ, ବରସୁଆଁ, ବାଙ୍କୋ, କୋଇଡା, ରେଙ୍ଗାଲବେଡା ସମସ୍ତ ବଡ ବଡ ଡକାୟତିରେ ଅପରାଧୀ ମାନେ ସାମିଲ୍ ଥିବା ପୁଲିସ୍ର ସୂଚନା ।