ନୂଆଦିଲ୍ଲୀ, ୨୨/୧୧: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଜି.୨୦ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାଭିତ୍ତିକ ନାସପର୍ସ ସହିତ ଭାରତର ଡିଜିଟାଲ ଇକୋ-ସିଷ୍ଟମରେ ନିବେଶ ଉପରେ ଆଲୋଚନା କରିଛନ୍ତି । ଶିଖର ସମ୍ମିଳନୀ ପୂର୍ବରୁ ମୋଦୀ ନାସପର୍ସର ଅଧ୍ୟକ୍ଷ ଓ ସିଇଓଙ୍କ ସହ ଆଲୋଚନା କରିଥିଲେ ।ମୋଦୀ ଜୋହନସବର୍ଗରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ସହିତ ମଧ୍ୟ ମୋଦୀଙ୍କ ସାକ୍ଷାତ ଆଲୋଚନା ହୋଇଛି । ଦୁଇନେତା ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି । ଅନ୍ୟନେତାଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିବେ । ଏହି ଅବସରରେ ମୋଦୀ ପ୍ରବାସୀ ଭାରତୀୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।ଦୁଇଦିନିଆ ଜି ୨୦ ଶିଖର ସମ୍ମିଳନୀସ ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ପ୍ରଥମ ଶିଖର ସମ୍ମିଳନୀ ।
