ନୂଆଦିଲ୍ଲୀ, ୨୧/୧୧: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ବିସ୍ଫୋରଣ ଫଳରେ କୋଠା ଭୁଶୁଡ଼ି ପଡ଼ିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ଗ୍ୟାସ୍ ଲିକ୍ ଯୋଗୁ ବିସ୍ଫୋରଣ ହୋଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଗୋଟିଏ କାରଖାନାରେ ନିଆଁ ଲାଗି ଅନ୍ୟ କାରଖାନାଗୁଡ଼ିକୁ ବ୍ୟାପିଥିଲା ବୋଲି କୁହାଯାଉଛି ।