ବିହାର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ନୀତୀଶ କୁମାର, ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ସମ୍ଭାବ୍ୟ ଲିଷ୍ଟ

ନୂଆଦିଲ୍ଲୀ, ୨୦/୧୧: ବିହାର ନିର୍ବାଚନରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ନୀତୀଶ କୁମାର । ୧୦ମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ନୀତୀଶଙ୍କ ଏହି ନୂଆ ସରକାରରେ ବିଜେପି କୋଟାରୁ ପୁଣିଥରେ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ନୀତୀଶ କ୍ୟାବିନେଟରେ କେଉଁ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ତାହାର ସମ୍ଭାବ୍ୟ ଲିଷ୍ଟ ଏବେ ସାମ୍ନାକୁ ଆସିଛି ।

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ନୂଆ ସରକାରରେ ଜେଡିୟୁ କୋଟାରୁ ସିଏମ ନୀତୀଶ କୁମାରଙ୍କ ଛାଡ଼ି ଅନ୍ୟ ୭ ଜଣ ମନ୍ତ୍ରୀ ଆଜି ଶପଥ ନେବେ । ଜେଡିୟୁ କୋଟାରୁ ମନ୍ତ୍ରୀ ହେବାକୁ ଥିବା ବିଧାୟକମାନେ ହେଲେ ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ, ଲେସି ସିଂହ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ, ଜମା ଖାନ ଏବଂ ମଦନ ସହନୀ ।

ସେହିପରି ବିଜେପି କୋଟାରୁ ମନ୍ତ୍ରୀ ପଦରେ ଶପଥ ନେବାକୁ ଥିବା ନାଁ ମଧ୍ୟ ସାମ୍ନାକୁ ଆସିଛି । ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଛାଡ଼ି ମଙ୍ଗଲ ପାଣ୍ଡେ, ଦିଲ୍ଲୀପ ଜୟସଓ୍ୱାଲ୍, ନୀତିନ ନବୀନ, ରାମକୃପାଳ ଯାଦବ, ସଞ୍ଜୟ ସିଂହ ‘ଟାଇଗର’, ଅରୁଣ ଶଙ୍କର ପ୍ରସାଦ, ସୁରେନ୍ଦ୍ର ମେହତା, ନାରାୟଣ ପ୍ରସାଦ, ରମା ନିଷାଦ, ଲଖେନ୍ଦ୍ର ପାସଓ୍ୱାନ୍, ଶ୍ରେୟସୀ ସିଂ ଏବଂ ପ୍ରମୋଦ କୁମାର ଚନ୍ଦ୍ରବଂଶୀ ।