ଭୁବନେଶ୍ୱର,୧୯/୧୧: ଲୋକସେବା ଭବନରେ ଜିଲ୍ଲାପାଳଙ୍କ ପରେ ଆଜି ଏସ୍ପିଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦ୍ୱିତୀୟ ଦିନରେ ଜିଲ୍ଲାପାଳ, ଏସ୍ପି ସମ୍ମିଳନୀକୁ ସମ୍ୱୋଧିତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଡ୍ରଗ୍ସ ମାଫିଆ ଓ ଜମି ମାଫିଆଙ୍କୁ ସାବାଡ଼ କର । ଯେଉଁ ଅଞ୍ଚଳର ଲୋକ ଥାନାକୁ ଆସିଲେ ବି ଏତଲା ରଖ । ପୁଲିସକୁ ଗ୍ରାଉଣ୍ଡକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରରେ ପୁଲିସର ଭୂମିକା ନେଇ ପରାମର୍ଶ ଦେଲେ । ରାଜ୍ୟରେ ଆଇନଶୃଙ୍ଖଳା ଓ ସୁଶାସନ ନେଇ ଏସ୍ପିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।ଲୋକସେବା ଭବନରେ ଚାଲିଛି ଜିଲ୍ଲାପାଳ, ଏସପି ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କୁ ୯ ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।