ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୬ ମାଓବାଦୀ ନିପାତ

ଭୁବନେଶ୍ୱର,୧୮/୧୧: ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ । ହିଡ୍‌ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍‌କାଉଣ୍ଟରରେ ଟଳିଥିବା ସୂଚନା । ଆସୁରୀ ସୀତାରାମ ଜଙ୍ଗଲରେ ଗୁଳୁବିନିମୟ ଜାରି ରହିଛି । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ ।ଅନ୍ୟପଟେ ମାଲକାନଗିରି ସୀମାରେ ମଧ୍ୟ ପୁଣି ଏନକାଉଣ୍ଟର । ଛତିଶଗଡ଼ ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରରେ ଗୁଳିବିନିମୟ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷରୁ ଏବେବି ଗୁଳିବିନିମୟ ଜାରି । ଆନ୍ଧ୍ରପ୍ରଦେଶ ପ୍ରଦେଶ ଆଲୁରୀ ସୀତାରାମରାଜୁ ଜଙ୍ଗଲରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।