ନୂଆଦିଲ୍ଲୀ,୧୭/୧୧: ସକାଳୁ ସକାଳୁ ସାମ୍ନାକୁ ଆସିଲା ଅତି ଦୁଃଖଦ ଓ ଭୟଙ୍କର ଘଟଣା । ସାଉଦି ଆରବରେ ବସ୍ ଜଳିଯିବାରୁ ୪୨ଜଣ ଭାରତୀୟ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ସୂଚନା ଆଧାରରେ, ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି। ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି । ଉମରାହ ସମାପ୍ତ କରିବା ପରେ, ସେମାନେ ମଦିନା ଅଭିମୁଖେ ଯାଉଥିଲେ, ସମସ୍ତ ଯାତ୍ରୀ ତୀର୍ଥ କରିବାକୁ ଯାଉଥିଲେ ।