ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆଉ ଏକ ଚାଂଚଲ୍ୟକର ତଥ୍ୟ ମିଳିଥିବା ସୂଚନା

ନୂଆଦିଲ୍ଲୀ,୨୬/୧୧: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହା ଭିତରେ ଆତଙ୍କୀ ଡାକ୍ତର ଉମର ନବୀ ରହୁଥିବା ଭଡ଼ା ଘରର ଛାନଭିନରୁ ବଡ ଖୁଲ୍ଲାସା ହୋଇଛି । ଉମର କେବଳ ଏକ ଆତଙ୍କୀ ନଥିଲା ବରଂ ବୋମା ତିଆରି ଏକ୍ସପର୍ଟ ଥିଲା । ନିଜ ଘରେ ବନାଇଥିଲା ବୋମା ନିର୍ମାଣକାରୀ ଲ୍ୟାବ । ଫରିଦାବାଦ ଅଲ ଫାଲହା ବିଶ୍ବବିଦ୍ୟାଳୟରଠୁ କିଛି କିଲୋମିଟର ଦୂରରେ ଏକ ଭଡା ଘରକୁ ବୋମା ଲ୍ୟାବ କରିଥିଲା । ସବୁଠୁ ବଡ କଥା ହେଉଛି ଏହା ପାଇଁ ଆତଙ୍କୀ ଡାକ୍ତରଙ୍କୁ ପାକିସ୍ତାନରୁ ବସି ମୋଟା ଅଙ୍କର ଅର୍ଥ ଯୋଗାଉଥିଲେ ଆତଙ୍କୀ । ଛାନଭିନ ପରେ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।