ତଳମୁଁହା ହେବାରେ ଲାଗିଛି ପାରଦ, ପ୍ରବଳ ଜାଡ଼ରେ ଥରୁଛି ଓଡିଶା

ଭୁବନେଶ୍ୱର,୧୫/୧୧: ଦିନକୁ ଦିନ ପାରଦ ତଳମୁଁହା ହେବାରେ ଲାଗିବା ସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଓଡ଼ିଶାର ଦାର୍ଜିଲିଂ ଜି. ଉଦୟଗିରି । ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର । ଶୀତ ସାରା ଅଞ୍ଚଳବାସୀଙ୍କୁ କଲବଲ କରିବାରେ ଲାଗିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ ଦ୍ବୈତନଗରୀ କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଭ୍ରମଣରେ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି । ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି । ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି । ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ।  ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ।