ନୂଆପଡାରେ ସରିଛି ମତଦାନ, ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର,୧୧/୧୧: ନୂଆପଡ଼ା ଉପ-ନିର୍ବାଚନ ପାଇଁ ସରିଲା ମତଦାନ । ୧୪ରେ ଖୋଲିବ ଇଭିଏମ୍‌ , ଆସିବ ନିର୍ବାଚନ ଫଳାଫଳ । ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳର ଭବିଷ୍ୟତ ଇଭିଏମରେ ସିଲ୍ ହୋଇଛି । ସୂଚନାଯୋଗ୍ୟ ଯେ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ନୂଆପଡ଼ାବାସୀ । ଲମ୍ବା ସମୟ ଲାଇନରେ ଛିଡା ହୋଇ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି । ଉପ-ନିର୍ବାଚନରେ ଭୋଟ ଦେବାକୁ ମତଦାତାଙ୍କ ମଧ୍ୟରେ ଏଭଳି ଉତ୍ସାହ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅଞ୍ଚଳର ବିକାଶ ପାଇଁ ଭୋଟ ଦେଇଛୁ । ତେବେ ରେକର୍ଡ ସଂଖ୍ୟକ ଭୋଟ କାହା ସପକ୍ଷରେ ପଡିଛି ତାହାକୁ ନେଇ ଦ୍ବନ୍ଦ୍ବରେ ତିନି ଦଳ ।