ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ, କାମ ପରଖିବାକୁ ଅଚାନକ ପହଞ୍ଚିଲେ..

ଭୁବନେଶ୍ବର,୩୧/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରପ୍ରାଇଜ ଭିଜିଟ। ଜଳସମ୍ପଦ ବିଭାଗରେ ଅଧିକାରୀଙ୍କ କାମ ପରଖିବାକୁ ଅଚାନକ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ, କାର୍ଯ୍ୟାଳୟକୁ ଠିକ ଭାବେ ଆସୁଛନ୍ତି କି ନାହିଁ, ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ଏସବୁ ଦେଖିବାକୁ ଅଚାନକ ପହଞ୍ଚିଥିଲେ। ଆଜି ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ। ରାଜ୍ୟରେ ଡ୍ୟାମର ସ୍ଥିତି ୱାଟର ଲେବୁଲ ବିଷୟରେ ଅବଗତ ହୋଇଥିଲେ। ଏହା ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଡ୍ୟାମ, ନଦୀବନ୍ଧ, ଜଳ ସମ୍ପଦର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାର୍ଟ ହେବ କାର୍ଯ୍ୟାଳୟ । ବିଭାଗର ଅଧିକାରୀମାନେ ଭଲ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ଟାର୍ଗେଟ ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ମିଶନ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗୀୟ ମନ୍ତ୍ରୀ ଭାବେ ବିଭାଗକୁ ପରାମର୍ଶ ମଧ୍ୟ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।