ପୁରୀ, ୩୦/୧୦: ପୁରୀ ଗୁଣ୍ଡିଚା ମନ୍ଦିର ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମୁଖ୍ୟ ପ୍ରଶାସକଙ୍କ ସହିତ ଜିଲ୍ଲାପାଳ ଏବଂ ପୌରପାଳିକା ଅଧିକାରୀ ଉପସ୍ଥିତ ଥିଲେ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବ। ଗୁଣ୍ଡିଚା ମନ୍ଦିରର ଚତୁଃପାର୍ଶ୍ଵକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ କୌଣସି ଘରୋଇ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ପବିତ୍ରତା ରକ୍ଷା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ପୁରୀ ପୌରପାଳିକା ଅଧିକାରୀ।