ପାକିସ୍ତାନରେ ଟମାଟୋର ମୂଲ୍ୟ କିଲୋ ପିଛା ୬୦୦ ଟଙ୍କା

ନୂଆଦିଲ୍ଲୀ,୨୯/୧୦: ପାକିସ୍ତାନରେ ପରିବା ଦରଦାମ ବୃଦ୍ଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି । ଟମାଟୋର ମୂଲ୍ୟ କିଲୋ ପିଛା ୬୦୦ ଟଙ୍କାରେ ପହଞ୍ଚିଛି । ହଠାତ୍ ଦରଦାମ୍ ବୃଦ୍ଧି ପାକିସ୍ତାନ ଜନସାଧାରଣଙ୍କୁ ବିଚଳିତ କରିଛି । ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଜଣେ ପାକିସ୍ତାନୀ ସାଂସଦ ଟମାଟୋର ବର୍ଦ୍ଧିତ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଏଗୁଡ଼ିକୁ ପାଇବା କଷ୍ଟକର । ପାକିସ୍ତାନରେ ଟମାଟୋର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପାକିସ୍ତାନ-ଆଫଗାନିସ୍ତାନ ସୀମା ବନ୍ଦ ହେବା ଯୋଗୁ ହେଉଛି । ସୀମା ବନ୍ଦ ହେବା ଯୋଗୁ ଉଭୟ ଦେଶ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଡଲାର କ୍ଷତି ସହୁଛନ୍ତି ।