ଭୁବନେଶ୍ୱର,୨୪/୧୦: ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏଣିକି ପାଇବେ ଅଧିକ ୫ କେଜି ଚାଉଳ। ପୂର୍ବରୁ ୧୧ ଜିଲ୍ଲା ଓ ଏବେ ୧୯ ଜିଲ୍ଲାକୁ କାର୍ଡ ପ୍ରତି ୫ କେଜି ଅଧିକ ଚାଉଳ ଦେଲେ ସରକାର। ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏନେଇ ବିଧିବଦ୍ଧ ଭାବରେ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ପରିବାର ପିଛା ଅଧିକ ୫ କିଲୋଗ୍ରାମ୍ ଚାଉଳ ଦେବାକୁ ରହିଛି ନିର୍ଦ୍ଦେଶ। ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି ଲେଖାଯାଇଛି। ଏହା ପୂର୍ବରୁ ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚାଉଳ ଯୋଗାଇ ଦେବାକୁ ବିଭାଗ ଚିଠି ଲେଖିଥିଲା। ତେବେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଏହି ଚାଉଳ ମିଳିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରି ୩ ମାସ ପାଇଁ କାର୍ଡ ପିଛା ୫ କେଜି କରି ୧୫ କେଜି ଲେଖାଏଁ ଅଧିକ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଗକୁ ସ୍ଥିତି ଦେଖି ପୁଣି ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।