ନୂଆପଡ଼ା ଉପନିର୍ବାଚନ: ୮ମନ୍ତ୍ରୀଙ୍କୁ ୮ଜୋନ୍ ଦାୟିତ୍ୱ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଭୁବନେଶ୍ୱର,୨୩/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ୮ମନ୍ତ୍ରୀଙ୍କୁ ୮ଜୋନ୍ ଦାୟିତ୍ୱ ଦେଲା ବିଜେପି । ବଞ୍ଜରୀ ପାଇଁ ରବି ନାରାୟଣ ନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସୁନାଦେଇ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ମିଳିଛି । ସେହିପରି ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । କୋନାଭଇରା ପାଇଁ ବିଭୁତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ । ଖରିଆର ରୋଡ଼ ଏନଏସି ପାଇଁ କୃଷ୍ଣ ଚନ୍ଦ୍ର ମହାପତ୍ରଙ୍କୁ ଦାୟିତ୍ୱ ମିଳିଛି ।