ଭୁବନେଶ୍ୱର,୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ରେ ଘନୀଭୂତ ହୋଇ ଉତ୍ତର ତାମିଲ ନାଡୁ,ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡିଶାର ଅଧିକାଂଶ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପଛେ ପଛେ ଆଉ ଏକ ଲଘୁଚାପ ସୃଷ୍ଟି ବି ହୋଇପାରେ। ଚଳିତ ସପ୍ତାହ ରାଜ୍ୟରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହଛି । ବର୍ତ୍ତମାନ ଗୋଟିଏ ଲଘୁଚାପ ସୃଷ୍ଟି ହୋଇସାରିଥିବାବେଳ ଆଗକୁ ଆଉ ଏକ ଲଘୁଚାପ ହେବ । ୨୪ କି ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ ତେବେ ଏହା କେତେ ଆଉ କେବେ ଘନୀଭୂତ ହେବ ଆଉ ଗତିପଥ କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ,କିନ୍ତୁ ୨୪ ତାରିଖ ବେଳକୁ ସ୍ପଷ୍ଟ ଜଣାପଡିବ । ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁଁ ଥଣ୍ଡା ପବନ ବହିବ। ମଝିରେ ମଝିରେ ପାଗ ମେଘୁଆ ରହିବା ସହିତ କିଛି କିଛି ଯାଗରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ଲଘୁଚାପ ଦକ୍ଷିଣ ପଶ୍ଚିମ ଆଡକୁ ଗତି କରିବା ନେଇ ଜଣାପଡିଛି । ଏହା ଆରବ ସାଗର ଆଡକୁ ବି ଯାଇପାରେ । ଏହାର ପ୍ରଭାବରେ ଓଡିଶାରେ ୨୪ ରୁ ୨୬ ତାରିଖ ପଯ୍ୟନ୍ତ ବର୍ଷା ହେବ କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଗୋଟିଏ ୨୬ରେ ଅନ୍ୟଟି ୨୯ରେ ସୃଷ୍ଟି ହୋଇପାରେ। ତୃତୀୟ ଲଘୁଚାପ କ୍ଷେତ୍ର ତାମିଲ ନାଡୁ ଆଡକୁ ଗତି କରିପାରେ । ଦ୍ବିତୀୟ ଲଘୁଚାପ ର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା ରହିଛି । ବାଲେଶ୍ବର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି ,ରାୟଗଡା, କେରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାରେ ବର୍ଷା ର ଆଶଙ୍କା ରହିଛି । ଲଘୁଚାପ ସ୍ଥିତିକୁ ଦେଖି ରାଜ୍ୟ ସରକାର ଆଲର୍ଟ ରହିଛନ୍ତି ।