ପୀତବାସ ପଣ୍ଡା ହତ୍ୟା ମାମଲା, ହତ୍ୟା କରିବା ପାଇଁ ଡିଲ୍ ହୋଇଥିଲା ୫୦ ଲକ୍ଷ ଟଙ୍କା : ବ୍ରହ୍ମପୁର ଏସପି

ଭୁବନେଶ୍ୱର,୨୨/୧୦: ପୀତବାସ ପଣ୍ଡା ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପ୍ରେସମିଟ୍‌ରେ ବ୍ରହ୍ମପୁର ଏସପି ଦେଉଥିବା ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ । ଏବଂ ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ । ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ । ସେପଟେ, ପୀତବାସ ହତ୍ୟା ମାମଲା , ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ ।