ପୁଣିଥରେ ଭାରତକୁ ଟ୍ରମ୍ପଙ୍କ ଟାରିଫ ଧମକ, ଦେବାକୁ ପଡିବ ଭାରି ଶୁଳ୍କ

ନୂଆଦିଲ୍ଲୀ,୨୦/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ ଧମକ ଦେଇଛନ୍ତି । ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ ତେବେ ଭାରି ଶୁଳ୍କ ଲାଗୁ କରାଯିବ । ପୂର୍ବରୁ, ସେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂଆଦିଲ୍ଲୀ ଏପରି ଆମଦାନୀ ବନ୍ଦ କରିବ । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମୋତେ କହିଥିଲେ, ‘ଭାରତ ରୁଷରୁ ତେଲ କିଣିବ ନାହିଁ ।’ କିନ୍ତୁ ଯଦି ସେମାନେ ଏପରି ଜାରି ରଖନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପଙ୍କୁ ସାମ୍ୱାଦିକ ସମ୍ମିଳନୀରେ ଭାରତ ସରକାରଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯାଇଥିଲା । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ହୋଇଥିବା ଆଲୋଚନାକୁ ଭାରତ ଖାରଜ କରିଥିବା କଥା ଶୁଣି ଟ୍ରମ୍ପ ଚିହିଁକି ଉଠିଥିଲେ । ଟ୍ରମ୍ପ ଏହାର ଉତ୍ତର ଦେଇ ଖହିଥିଲେ, ଯଦି ସେମାନେ ଏହା କହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡ଼ିବ।