ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟର ଏହି ସବୁ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ୱର,୨୦/୧୦: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ।  ୨୩ ତାରିଖ ବେଳକୁ ଘନିଭୁତ ହେଇ ଅଵପାତରେ ପରିଣତ ହେବ। ଏହାର ଅଧିକ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପରେ ରହିବ । ସେଥିପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଛି । ୨୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ-ତାମିଲନାଡ଼ୁ ଉପକୂଳ ନିକଟବର୍ତୀ ହେଇପାରେ, ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଦେଖିବାକୁ ମିଳିପାରେ କିନ୍ତୁ ସିଧାସଳଖ ପ୍ରଭାବ ପଡିବା ସମ୍ଭାବନା କମ । କେବଳ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟା ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ବ୍ରଜପାତ ନେଇ ଆଲର୍ଟ ଜାରି କରାଯାଇଛି।