ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା, ଜାଣନ୍ତୁ କାହା ନାଁ ଅଛି ସାମିଲ

ଭୁବନେଶ୍ୱର,୧୬/୧୦: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା ହୋଇଛି। ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା
ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ, ବିଷ୍ଣୁ ଦାସଙ୍କ ନାଁ ରହିଛି।
ସାଧାରଣ ସମ୍ପାଦକ ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କ ନାଁ ରହିଛି। ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା, ମମତା ସିଂ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅଜୟ ଅଗ୍ରୱାଲ କୋଷାଧ୍ୟକ୍ଷ, ଦିବାକର ହରିଚନ୍ଦନ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ।