ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୫/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୧୨ ଜଣଙ୍କ ନାମ ଅଛି ।  ପ୍ରଥମ ନାମ ମୈଥିଲୀ ଠାକୁର ଏବଂ ଶେଷ ନାମ ଆନନ୍ଦ ମିଶ୍ର, ଯିଏ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଇପିଏସ୍‌ ଛାଡିଥିଲେ ।  ବିଜେପି ହାୟାଗତରୁ ରାମ ଚନ୍ଦ୍ର ପ୍ରସାଦ, ମୁଜାଫରପୁରରୁ ରଂଜନ କୁମାର, ଗୋପାଳଗଞ୍ଜର ସୁଭାଷ ସିଂ, ବାନିପୁରର କେଦାର ନାଥ ସିଂ, ଛତ୍ରରୁ ଛୋଟି କୁମାରୀ, ସୋନପୁରରୁ ବିନୟ କୁମାର ସିଂ ଏବଂ ରୋଜେର ବିରେନ୍ଦ୍ର କୁମାର ଦଳ ପ୍ରାର୍ଥୀ କରିଛି ।