୨୧ ପରିବର୍ତ୍ତେ ଆସନ୍ତା ୨୦ରେ ହେବ ଦୀପାବଳି ପାଳନ

ଭୁବନେଶ୍ୱର,୧୫/୧୦: ଆସନ୍ତା ୨୦ ତାରିଖରେ ହେବ ଦୀପାବଳି ପାଳନ । ପୟାଶ୍ରାଦ୍ଧ ଓ ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ଅଛି । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ । ସେହି ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ଏବଂ ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଛି।

ଅନ୍ୟପଟେ ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ବାଣର ଶବ୍ଦ 125 UB(AI) ରୁ ଅଧିକ ହୋଇପାରିବ ନାହିଁ । ଗ୍ରୀନ ବାଣ ଫୁଟାଇବା ପାଇଁ ବାରଣ ନାହିଁ। ବଗିଚା ,ପାର୍କ, କୋର୍ଟ, ହସ୍ପିଟାଲ , ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ବାହାରେ ବାଣ ଫୁଟାଇ ବା ନିୟମ କରାଯାଇଛି ।୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଅଧିକ ଧ୍ୱନି ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ ବର୍ଜିତ । ଝୁପୁଡ଼ି, ଦୋକାନ, ଅଷ୍ଟି-ପ୍ରବଣ ସ୍ଥାନ, ଘର ଏବଂ ଅଧିକ ଯାତାୟାତ କରୁଥିବା ରାସ୍ତାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।