କେନ୍ଦୁଝରରେ ହେଟାବାଘ ଆକ୍ରମଣରେ ୨ଜଣ ମହିଳା ଗୁରୁତର

ଭୁବନେଶ୍ୱର,୧୨/୧୦: କେନ୍ଦୁଝରରେ ହେଟାବାଘ ଆକ୍ରମଣରେ ୨ଜଣ ମହିଳା ଗୁରୁତର ହୋଇଛନ୍ତି। ସଦର ରେଞ୍ଜ ମୈଦାନକେଲ ପଞ୍ଚାୟତର ତାଳପଦା ଗାଁରେ ଜଣେ ମହିଳା ଓ ଛେମୁଣ୍ଡିବିଲ୍ ଗାଁର ଅନ୍ୟ ଜଣେ ମହିଳା ହେଟାବାଘ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଳପଦା ଗାଁର ମହିଳାଙ୍କୁ ହଠାତ୍ ହେଟାବାଘ ଆକ୍ରମଣ କରିଥିଲା । ହେଟାବାଘ ମୁହଁ, ଜଙ୍ଘ, ଛାତି ଏବଂ ହାତକୁ କାମୁଡ଼ି କ୍ଷତାକ୍ତ କରିଛି । ସେହିପରି ଛେମୁଣ୍ଡିବିଲ୍ ଗାଁର ଜଣେ ମହିଳା ଛେଳି ଚରାଇବାକୁ ନେଇଥିବା ବେଳେ, ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା ହେଟାବାଘା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧରଣୀଧର ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।