ନୂଆଦିଲ୍ଲୀ, ୧୨/୧୦:ମେକ୍ସିକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସିଛି । ବନ୍ୟା ଓ ଭୂସ୍ଖଳନ ଘଟି ମେକ୍ସିକୋରେ ଏବେ ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ରାସ୍ତାଗୁଡ଼ିକରେ ୧୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ବହୁ କାର୍ ଭାସି ଯାଇଛି। ସେହି ପାଣି ଆହୁରି ବଢ଼ିବାରେ ଲାଗିଛି ।ଅଧିକ ଜଳ ପ୍ରବାହିତ ହେବାରୁ ଯାହା ବାକି ଥିଲା, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦକ୍ଷିଣ-ପୂର୍ବ ମେକ୍ସିକୋରେ ଅବିରତ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟାରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସୈନିକ ନିୟୋଜିତ ହୋଇଛନ୍ତି । ରାସ୍ତା ସଫାକରି ଯାତାୟାତ ସୁବିଧା କରାଯାଉଛି ।