ଭାଙ୍ଗିଲା ଟ୍ରମ୍ପଙ୍କ ସ୍ୱପ୍ନ, ମାରିଆ କୋରିନା ମାଚାଡୋଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ, ୧୦/୧୦: ଭାଙ୍ଗିଲା ଟ୍ରମ୍ପଙ୍କ ସ୍ୱପ୍ନ । ନୋବେଲ କମିଟି ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି। ଅନେକ ପ୍ରଚାର କରିବା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ। ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି କରି ଶାନ୍ତି ଆଣିଥିବା ଦାବି କରିଆସୁଥିବା କହୁଥିଲେ ଟ୍ରମ୍ପ। ଏହା ସହ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଦାବି କରୁଥିଲେ।

ଭେନେଜୁଏଲାରେ ଗଣତନ୍ତ୍ର ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷର ନେତୃତ୍ୱ ନେଇଥିବାରୁ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମାରିଆଙ୍କୁ ଭେନେଜୁଏଲାର ‘ଆଇରନ୍ ଲେଡି’ ବୋଲି କୁହାଯାଏ।