ଭୁବନେଶ୍ୱର,୧/୧୦: ମହାମାୟାଙ୍କ ମହନବମୀ ପୂଜା ଚାଲିଛି। ରାଜ୍ୟରେ ସବୁଠି ଉତ୍ସବମୁଖର। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି । ଓଡ଼ିଶାର ସୁଖ ଓ ସମୃଦ୍ଧି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଗାପୂଜାରେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ମଣ୍ଡପ ବୁଲୁଛନ୍ତି ବିଭିନ୍ନ ଦଳର ନେତା । ଝାରସୁଗୁଡ଼ାର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମା ଜଗତ ଜନନୀଙ୍କ ନିକଟରେ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି । ସେହିଭଳି କଟକର ବିଭିନ୍ନ ମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଜୟପୁରରେ ବିଧାୟକ ତାରା ବାହିନୀପତି ପ୍ରତିଟି ମଣ୍ଡପ ବୁଲି ମାଙ୍କ ନିକଟରେ ଓଡ଼ିଶାବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଜେଡି ବିଧାୟକ ଧ୍ରୁବ ସାହୁ ମଧ୍ୟ ବିଭିନ୍ନ ମଣ୍ଡପରୁ ମଣ୍ଡପ ବୁଲି ମାଙ୍କୁ ପୂଜା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।