ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ, ବିମାନ ବନ୍ଦରରୁ ସଭାସ୍ଥଳି ଯାଏଁ କାରକେଡ ରିହର୍ସଲ

ନୂଆଦିଲ୍ଲୀ,୨୬/୦୯: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ । ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ଆୟୋଜିତ ସେବା ପର୍ବରେ ଯୁବ ସମାବେଶରେ ଯୋଗଦେବେ । ଏଥିପାଇଁ ଝାରସୁଗୁଡାରେ ଚାଲିଛି ଜୋରସୋର ପ୍ରସ୍ତୁତି । ଆଜି ବିମାନ ବନ୍ଦରରୁ ସଭାସ୍ଥଳୀ ପର୍ଯ୍ୟନ୍ତ କାରକେଡ଼ ଅଭ୍ୟାସ ହେବା ସହ ଅପରାହ୍ନରେ ଝାରସୁଗୁଡା ସହରରେ ଏକ ବାଇକ ରାଲି ହେବ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ୱ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଖଣି ମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ପ୍ରଭାରୀଙ୍କ ବିଜୟପାଳସିଂ ତୋମାର, ଭଟଲି ବିଧାୟକଙ୍କ ସହ ଝାରସୁଗୁଡାରେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏହାସହ ଅମିଲିପାଲି ପଡିଆ ସଭାସ୍ଥଳୀର କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡ଼ି କରାଯାଇଛି । ୮୦ ପ୍ଲାଟୁନ ଫୋର୍ସ ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ । ୨୦୦ରୁ ଅଧିକ ପୁଲିସ ଅଧିକାରୀ, ଡିଏସପି ରାଙ୍କ ଅଧିକାରୀ ୩୦ ଜଣ, ୫ ଜଣ ଏସପି ସୁରକ୍ଷା ଦାୟିତ୍ ରେ ରହିଛନ୍ତି ।