ଭୁବନେଶ୍ବର: ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ। ସେପ୍ଟେମ୍ବର ୨୮ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ପାଇଁ ଏହି କଟକଣା ଜାରି କରାଯାଇଛି। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବା। ଏହିସମୟରେ କୌଣସି ଭାରୀ ଯାନ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ ନାହିଁ।
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା ।ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା ।ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଓ ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ । ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା । ଜୟଦେବ ବିହାର ଛକ ଠାରୁ ରାଜ ଭାବନ ଛକ ଓ ସି. ଆର.ପି. ଛକ ଠାରୁ ପାୱାର ହାଉସ ଛକ । ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଓ ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ।ଜାତୀୟ ରାଜପଥ – ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ଼।