ଭୁବନେଶ୍ୱର,୨୪/୦୯: ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା । ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା । ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ କାର୍ଯ୍ୟ ମୁଲତବି ରଖିଛନ୍ତି । କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । ତେବେ ମୌସୁମୀ ଅଧିବେଶନରେ ସାତଟି କାର୍ଯ୍ୟ ଦିବସ ଥିବା ବେଳେ ଛଅଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି ।