ନବରାତ୍ରିରେ ମାତାଙ୍କ ୯ଟି ସ୍ୱରୂପର ପୂଜା, ଜାଣନ୍ତୁ କେଉଁ ଦିନ ପିନ୍ଧିବେ କେଉଁ ରଙ୍ଗର ବସ୍ତ୍ର?

ଭୁବନେଶ୍ୱର,୨୪/୦୯: ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଏହି ନଅ ଦିନରେ ମାତାଙ୍କ ୯ଟି ସ୍ୱରୂପର ପୂଜା କରାଯାଏ । ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ରଙ୍ଗ ଦିଆଯାଇଛି, ଯାହା ଦେବୀ ଦୁର୍ଗାଙ୍କ ଏକ ରୂପ ସହିତ ଜଡ଼ିତ । ତେଣୁ ଯେଉଁମାନେ ନବରାତ୍ରି ପାଳନ କରନ୍ତି ସେମାନେ ପ୍ରତ୍ୟେକ ଦିନ ଅନୁସାରେ ସେହି ରଙ୍ଗର ପୋଷାକ ପିନ୍ଧନ୍ତି ଏବଂ ଭୋଜନ ପ୍ରସ୍ତୁତ କରନ୍ତି ଓ ଦେବୀ ଦୁର୍ଗାଙ୍କୁ ଭୋଗ ଲଗାନ୍ତି । ଏହି ୯ ଦିନ କେଉଁ କେଉଁ ରଙ୍ଗର ପୋଷାକ ପିନ୍ଧିବେ ।

ନବରାତ୍ରିର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ସମର୍ପିତ ଓ ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ  । ସେହିଭଳି  ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ ଓ ଲାଲ୍ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ। ନବରାତ୍ରିର ତୃତୀୟ ଦିନରେ ପୂଜା ପାଆନ୍ତି ମା’ ଚନ୍ଦ୍ରଘଣ୍ଟା । ନୀଳ ରଙ୍ଗର ପୋଷାକ ପିନ୍ଧାଯାଏ। ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରେ ସାରା ଜଗତ । ହଳଦିଆ ବସ୍ତ୍ର ପିନ୍ଧି ମା’ଙ୍କୁ ପୂଜା କରି ପାରିବେ ।  ପଞ୍ଚମ ଦିନଟି ମା’ ସ୍କନ୍ଦମାତାଙ୍କୁ ସମର୍ପିତ । ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ବିଧି ରହିଛି। ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ । ଏହି ଦିନ ଫିକା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କରନ୍ତୁ । ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରିଙ୍କୁ ପୂଜା କରାଯାଏ । ନାରଙ୍ଗୀ ରଙ୍ଗ ଓ ଅଷ୍ଟମ ଦିନରେ ମା’ ମହାଗୌରୀଙ୍କୁ ଆରାଧନା କରିବା ସହ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ନବରାତ୍ରୀଙ୍କ ଅନ୍ତିମ ଦିନ ଅର୍ଥାତ ନବମ ଦିନରେ ମାତା ସିନ୍ଧିଦାତ୍ରୀଙ୍କୁ କରାଯାଏ ଆରାଧନା । ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କଲେ ଶୁଭ ଫଳ ମିଳେ।