ନୂଆଦିଲ୍ଲୀ,୨୩/୦୯: ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ଦେଶର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ପାଇଛନ୍ତି ପ୍ରଖ୍ୟାତ ମାଲାୟାଲାମ ଅଭିନେତା ମୋହନଲାଲ ।ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଯବାନ ଫିଲ୍ମରେ ଅଭିନୟ ପାଇଁ ଶାହରୁଖ ଖାନ୍ ଏବଂ 12th ଫେଲ୍ ଫିଲ୍ମ ପାଇଁ ବିକ୍ରାନ୍ତ ମାସେ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ରାନୀ ମୁଖାର୍ଜୀ । ଫିଲ୍ମ ‘ମିସେସ୍ ଚାଚାର୍ଜୀ ଭର୍ସେସ୍ ନରୱେ’ରେ ଭଲ ଅଭିନୟ ପାଇଁ ରାନୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।