ଆଜି ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୯: ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶିଳ୍ପ ସହ ଓଡିଆ ଅସ୍ମିତାକୁ ନେଇ ଚାଲିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରକୁ ବି ଟାର୍ଗେଟ କରିଛନ୍ତି ମୋହନ ମାଝୀ। ରାଜ୍ୟ ଶିଳ୍ପ ଇତିହାସରେ ଯୋଡିହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭ଟି ପ୍ରମୁଖ ସଂସ୍ଥା ଓଡ଼ିଶାରେ ବଡ ପୁଞ୍ଜିନିବେଶ କରିବେ । ଏହାଦ୍ବାରା ୫୧ ହଜାର ୮୨୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩ ଜିଲ୍ଲାକୁ ଛାଡିଦେଲେ ୨୭ ଜିଲ୍ଲାରେ ଶିଳ୍ପ ହୋଇଛି । ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ଏମଓୟୁରେ ସୀମିତ ରହିଯାଇଥିଲା ପୂର୍ବ ସରକାର କହି କଟାକ୍ଷ କରିଛନ୍ତି । ଏବେ କିନ୍ତୁ ୧୫ ମାସରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ଦେଇଛନ୍ତି ସରକାର ।