ଭୁବନେଶ୍ୱର,୧୪/୦୯: ଆଜିଠୁ ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶକ୍ତି ପୀଠ। ଚଣ୍ଡୀ ପାଠ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡଶ ପୂଜା ଆରମ୍ଭରୁ ମାଆଙ୍କର ସ୍ବତନ୍ତ୍ର ରୀତିନୀତିର ସହ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ମା’ଙ୍କ ଷୋଡଶ ଉପଚାରରେ ଚାଲିଛି ପୂଜା । ମଙ୍ଗଳ ଆଳତିରୁ ନେଇ ସୂର୍ଯ୍ୟପୂଜା, ଅବକାଶ ନୀତି, ଚଣ୍ଡୀପାଠ ଆଦି କରାଯାଉଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ଷଷ୍ଠୀ ଦିନରୁ ମା’ଙ୍କ ବିଭିନ୍ନ ବେଶ କରାଯିବା ପରମ୍ପରା ରହିଛି ।