ନେପାଳର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ସୁଶୀଳା କାର୍କି

ନୂଆଦିଲ୍ଲୀ, ୧୨/୦୯: ନେପାଳର ଅନ୍ତରୀଣ ସରକାର ପାଇଁ ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ସେନାମୁଖ୍ୟ ଅଶୋକରାଜ ସିଗଡେଲ ଓ ଜେନ୍ -ଜେଡ ପ୍ରତିନିଧି  ଆଲୋଚନା କରି ସୁଶୀଳା କାର୍କିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି । ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି। ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ସତ୍ତ୍ୱେ ଥମି ନଥିଲା ହିଂସାକାଣ୍ଡ। ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି ।