ଜଳୁଛି ନେପାଳ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

ନୂଆଦିଲ୍ଲୀ,୦୯/୦୯: ଜଳୁଛି ନେପାଳ । ସୋସିଆଲ ମିଡ଼ିଆକୁ ବ୍ୟାନକୁ ନେଇ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଥଲା । ଏହାରି ମଧ୍ୟରେ ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଉଗ୍ର ହେଉଛି ହିଂସା, ହୁତୁ ହୁତୁ ହୋଇ ଜଳୁଛି ଲୋକଙ୍କ କ୍ରୋଧର ନିଆଁ । ସେନା ସହ ଆଲୋଚନା ପରେ ଯାହା ଫଇସଲା ହେବ ବୋଲି କହିଛନ୍ତି ସେନା ମୁଖ୍ୟ । ନେପାଳରେ ହିଂସା ଥମିବାର ନାଁ ନେଉନି । ରାଷ୍ଟ୍ରପତିଙ୍କ ଘରେ ବିଦ୍ରୋହି ନିଆଁ ଲଗାଇଦେବା ସହ କଂଗ୍ରେସ ମୁଖ୍ୟାଳୟରେ ପଶି ଭଙ୍ଗାରଜା କରିଛନ୍ତି । ଦେଶର ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ସ୍ବାସ୍ଥ୍ୟ ଇସ୍ତଫା ଦେବା ପରେ ବି ଲୋକଙ୍କ ରାଗ ଥମୁନି । କାଠମାଣ୍ଡୁର ରାଜରାସ୍ତାରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଯୁବକ । ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଢେଲା ମାଡ଼ କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଦେଶଛାଡ଼ି ପଳାଇବାକୁ ପ୍ରସ୍ତୁତ ହେଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।