ଜଳୁଛି ନେପାଳ, ସୋସିଆଲ ମିଡିଆ ବ୍ୟାନକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଜେନ୍‌ ଜେଡ ବିକ୍ଷୋଭକାରୀ

ନୂଆଦିଲ୍ଲୀ,୦୮/୦୯: ନେପାଳରେ ସରକାର  କିଛି ସୋସିଆଲ ମିଡିଆକୁ ବ୍ୟାନ କରିଛନ୍ତି ।ଯାହାକୁ ଜୋରଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଜେନ୍‌ ଜେଡ ବିକ୍ଷୋଭକାରୀ ଅର୍ଥାତ କମ୍‌ ବୟସର ପ୍ରଦର୍ଶନକାରୀ । ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୧୦ଜଣରୁ ଅଧିକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ନେପାଳରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାରଙ୍କ ବିରୋଧରେ କାଠମାଣ୍ଡୁର ବିଭିନ୍ନ ସହରରେ ଜେନ-ଜେଡ ଆନ୍ଦୋଳନ ଆରମ୍ଭ ହୋଇଛି।

ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଣପଞ୍ଜିକୃତ ବ୍ୟାନ କରିଥିଲେ । ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି। ଏହି ପ୍ରତିବନ୍ଧକ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ଟ୍ୱିଟର, ଲିଙ୍କଡ୍‌ଇନ୍, ସ୍ନାପ୍‌ଚାଟ୍, ରେଡ୍ଡିଟ୍, ପିଣ୍ଟରେଷ୍ଟ, ସିଗନାଲ, ଥ୍ରେଡ୍ସ, ୱିଚାଟ୍, କ୍ୱାରା, ଟମ୍ବଲର ସମେତ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପାଇଁ ଲାଗୁ କରାଯାଇଥିଲା।