ସବୁଠି ସାର ସଙ୍କଟ, କଳାବଜାରୀ ଯୋଗୁଁ ପ୍ରଭାବିତ ହୋଇଛି ଚାଷ

ଭୁବନେଶ୍ୱର,୦୫/୦୯:  ସାର ସଂକଟ ଚାଲିଥିବା ବେଳେ ସବୁଠି ସାର କଳାବଜାରୀ ଅଭିଯୋଗ । ବରଗଡ଼ ଜିଲ୍ଲାରେ ସାର କଳାବଜାରୀ ଯୋଗୁଁ ପ୍ରଭାବିତ ହୋଇଛି ଚାଷ । ବରଗଡ଼ ଜିଲ୍ଲାରେ ରାସାୟନିକ ସାର ଡିଏପି ପରେ ଏବେ ୟୁରିୟା ସାର ସଙ୍କଟ ଏବଂ କଳାବଜାରୀ ଫଳରେ ଚାଷ ପ୍ରଭାବିତ ହେଉଛି । କଳାହାଣ୍ଡିରେ ସାର ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଲୋକମାନେ ସାର ପାଇଁ ରାତିରୁ ଲାଇନ୍ ଲଗାଇଛନ୍ତି । ସେହିପରି ସୋନପୁର ଜିଲ୍ଲାରେ ଚାଷୀ ମାନେ ରାସ୍ତାରୋକ କରିଛନ୍ତି ।ସେପଟେ ଲ୍ୟାମ୍ପସରେ ସାର ଦୁର୍ନୀତି । ଖୋଲୁଛି ଦୁର୍ନୀତିର ଲମ୍ବା ତାଲିକା । ମାଲକାନଗିରି ମାଥିଲି ସଦରରେ ବିଭିନ୍ନ ଅନିୟମିତତା ଏବଂ ସାର ଦୁର୍ନୀତି ଉପରେ ତଦନ୍ତ କରିବ ସମବାୟ ବିଭାଗ ।  ଏପଟେ ମାଥିଲି ୫ ହଜାର ୪ ଶହ ୧୫ କୁଇଣ୍ଟାଲ ସାର ଦିଆଯାଇଛି ।