ନୂଆଦିଲ୍ଲୀ,୨/୦୯: ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦର ଦୁଇ ଚକିଆ ଯାନ ଚାଳକମାନେ ପେଟ୍ରୋଲ ପମ୍ପଗୁଡ଼ିକରେ ଏକ ନୂଆ ନିୟମର ସମ୍ମୁଖୀନ ହୋଇଛନ୍ତି। ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ହେଲମେଟ ପିନ୍ଧିବାକୁ ସତର୍କ କରାଇବା ପାଇଁ ଏକ ଅଭିଯାନ ଚାଲୁଛି। ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ବିନା ହେଲମେଟ୍ ରେ ଆସୁଥିବା ବାଇକ ଆରୋହୀମାନଙ୍କୁ ପେଟ୍ରୋଲ ନ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପଦକ୍ଷେପକୁ “ଦାୟିତ୍ୱପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା ପାଇଁ ଏକ ପଦକ୍ଷେପ” ଭାବରେ ବର୍ଣ୍ଣନା କରିଛନ୍ତି, ଏହାକୁ ଦଣ୍ଡ ଭାବରେ ନୁହେଁ ବରଂ ଏକ ସୁରକ୍ଷା ବ୍ୟବସ୍ଥା ଭାବରେ ଦେଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏକ ସରକାରୀ ପ୍ରେସ୍ ବିବୃତ୍ତିରେ ଗୁରୁତ୍ୱ ଦିଆଯାଇଛି ଯେ ଏହି ଅଭିଯାନ ଜିଲ୍ଲାଗୁଡ଼ିକରେ ମାଜିଷ୍ଟ୍ରେଟ୍, ପୋଲିସ, ପରିବହନ ଅଧିକାରୀ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି (DRSC) ଦ୍ୱାରା ସମନ୍ୱିତ କରାଯାଉଛି। ବାଇକ ଆରୋହୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁକୁ ହ୍ରାସ କରିବା ପାଇଁ ଏହି ଅଭିଯାନ ଜାଲୁଛି ବୋଲି ଗାଜିଆବାଦର ଅତିରିକ୍ତ ଡିସିପି କହିଛନ୍ତି।
ଗାଜିଆବାଦରେ, ପ୍ରାୟ ୧୦୦ ଟି ପେଟ୍ରୋଲ ପମ୍ପରେ ଏହି ନିୟମ କାର୍ଯ୍ୟକାରୀ ହେଉଛି।