ନୂଆଦିଲ୍ଲୀ,୧/୦୯: ଏଣିକି ସମସ୍ତ ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ । ୨୦୧୦ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଓଟିଇଟି ଏବଂ ଏସ୍ଟିଇଟି ପରୀକ୍ଷା ଦେବାକୁ ପଡ଼ିବ । ଗୁରୁ ଦିବସ ପୂର୍ବରୁ ଏପରି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବାକୁ ପଡ଼ିବ । ଏହା ସହ ଅବସର ପାଇଁ ୫ ବର୍ଷରୁ କମ୍ ସମୟ ଥିଲେ ଓଟିଇଟି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।