ମନ୍ କି ବାତ୍‌ରେ ଓଡ଼ିଆ ଝିଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧/୦୮: ମନ୍ କି ବାତ୍‌ରେ ଓଡ଼ିଆ ଝିଅଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କର ୧୨୫ ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ପ୍ରଶଂସା କରିଛନ୍ତି ।  କଟକ ଜଗତପୁରର ରଶ୍ମିତାଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସରେ ଭାଗ ନେଇ ଥିଲେ ରଶ୍ମିତା। କଟକ ଯୋବ୍ରା ସ୍ଥିତ ମହାନଦୀରେ ନୌକା ଚାଳନା ଏବଂ ସନ୍ତରଣ ପାଇଁ ଅଭ୍ୟାସ କରୁଥିଲେ। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ରଶ୍ମିତାଙ୍କୁ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି ।