ମହାରାଷ୍ଟ୍ରରେ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା, ୧୫ ମୃତ

ନୂଆଦିଲ୍ଲୀ,୨୮/୦୮: ମହାରାଷ୍ଟ୍ର ବୀରାରର ଏକ ଅନଧିକୃତ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇ ଥିବା ସୂଚନା ରହିଛି । ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି, ଅଧିକାରୀମାନେ କହିଛନ୍ତି। ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କ ଏକ ବର୍ଷର ଝିଅ ଅଛନ୍ତି। ଏଥିରେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ୟୁନିଟ୍ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଭଗ୍ନାବଶେଷ ତଳେ ଫସି ରହିପାରନ୍ତି। ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଫଳରେ ଅନେକ ପରିବାର ବାସହୀନ ହୋଇପଡ଼ିଛନ୍ତି, ସମସ୍ତଙ୍କୁ ଚନ୍ଦନସାର ସମାଜମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କୁ ଖାଦ୍ୟ, ପାଣି ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଦୁର୍ଘଟଣାସ୍ଥଳରେ ମୋଟ ୫୦ଟି ଫ୍ଲାଟ୍ ଏବଂ ୧୨ଟି ଆପାର୍ଟମେଣ୍ଟ ରହିଛି। ଯଦିଓ ଅନ୍ୟ ବିଲ୍ଡିଂ ଗୁଡିକର କିଛି କ୍ଷୟକ୍ଷତି ହୋଇ ନଥିଲା, ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁଶୁଡି ପଡିଥିବା ବିଲ୍ଡିଂର ନିକଟରେ ଥିବା ଅନ୍ୟ ବିଲ୍ଡିଂର ବାସିନ୍ଦାମାନଙ୍କୁ ଖାଲି କରାଯାଇଥିଲା।