ଭୁବନେଶ୍ୱର,୨୮/୦୮: ଆଜି ନୂଆଁଖାଇ । ମା’ଙ୍କୁ ନବାନ୍ନ ଲାଗି ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି। ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି । ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିଛି । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ ।
ନୂଆଁଖାଇ ପୂର୍ବରୁ ନିଶା କାରବାର ରୋକିବାକୁ ଆକ୍ସନ ମୋଡ୍ରେ ପ୍ରଶାସନ । ପ୍ରଶାସନ, ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ କରିଛି ଚଢ଼ାଉ ।