କ୍ୟାବିନେଟ ବୈଠକରେ ୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ବର,୨୫/୦୮: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି  । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା  ।  ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନ ସଭାର ୪ର୍ଥ ଅଧିବେଶନ ଆରମ୍ଭ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।